ପାରାଦୀପ ସମୁଦ୍ରରୁ ଆଜିଠାରୁ ମାଛ ଧରା ଉପରେ ଲାଗିଲା କଟକଣା

ପାରାଦୀପ ସମୁଦ୍ରରୁ ମାଛ ଧରା ବନ୍ଦ

ପାରାଦୀପ ସମୁଦ୍ର ଭିତରୁ ଆଜି ଠାରୁ ମାଛ ଧରା ଉପରେ ଲାଗିଛି କଟକଣା । କଇଁଛ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବା ଉପରେ କଟକଣା ଜାରି କରିଛନ୍ତି ସରକାର । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରି ପାରିବେ ନାହିଁ ମାଛ । ଓଡିଶାର ଧାମରା, ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।ସେହିପରି ଆଜିଠାରୁ ଆରମ୍ଭ ହୋଇଛି କଇଁଛ ଋତୁ । ବିରଳ ଅଲିଭି ରିଡେଲ କଇଁଛଙ୍କ ଏନ୍ତୁଡିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା କଡାକଡି ।

Leave a Reply

Your email address will not be published. Required fields are marked *