ମାଡ଼ି ଆସୁଛି ବାତ୍ୟା ‘ଶକ୍ତି’

ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’

ମାଡ଼ି ଆସୁଛି ବାତ୍ୟା ‘ଶକ୍ତି’। ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’ । ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ନାଲିୟାଠାରୁ ୨୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି । ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ରୁ ୧୨ କିଲୋମିଟର ବେଗରେ ଗତି କରୁଛି। ଘଣ୍ଟା ପ୍ରତି ୬୫ କିମି ବେଗରେ ପବନ ବହୁଛି। ଗୁଜରାଟ-ମହାରାଷ୍ଟ୍ର ଉପକୂଳରେ ଝଡ଼ ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଛି । ମତ୍ସ୍ୟଜୀବୀମାନେ ଅକ୍ଟୋବର ୬ ଯାଏଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ‘ଶକ୍ତି’ ର ନାମକରଣ କରିଛି ଶ୍ରୀଲଙ୍କା । ‘ଶକ୍ତି’ର ଅର୍ଥ ହେଉଛି ବଳ । ଚଳିତ ବାତ୍ୟା ଋତୁରେ ଏହା ହେଉଛି ପ୍ରଥମ ବାତ୍ୟା ।ଉତ୍ତରପୂର୍ବ ଆରବସାଗରରେ କେନ୍ଦ୍ରୀଭୂତ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଦ୍ୱାରକାଠାରୁ ୨୪୦ ଏବଂ ପୋରବନ୍ଦରଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ପାକିସ୍ତାନ କରାଚିରୁ ୪୦୦ କି.ମି. ଦକ୍ଷିଣରେ ଅବସ୍ଥିତ ରହିଛି ।ଗତ ୬ ଘଣ୍ଟା ହେଲା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ । ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବା ଅନୁମାନ କରିଛି ଆଇଏମଡି। ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ ଆରବ ସାଗର । ଗୁଜରାଟ, ଉତ୍ତର ମହାରାଷ୍ଟ୍ର ଓ ପାକିସ୍ତାନ ଉପକୂଳଅକ୍ଟୋବର ୫ ପର୍ଯ୍ୟନ୍ତ ଅତ୍ୟନ୍ତ ଅଶାନ୍ତ ରହିବ ।