SIR ପ୍ରସଙ୍ଗରେ ଏକାଠି ହେବେ ବିରୋଧୀ

ଆଜି INDIA ବ୍ଲକ୍ ର ବଡ଼ ବୈଠକ

ଆଜି INDIA ବ୍ଲକ୍ ର ବଡ଼ ବୈଠକ । EC, SIR ଓ ଜ୍ଞାନେଶ କୁମାର ପ୍ରସଙ୍ଗରେ ହେବ ମାନସମନ୍ଥନ । ନିର୍ବାଚନ କମିଶନ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ଆଜି ନୂଆଦିଲ୍ଲୀରେ INDIA ବ୍ଲକ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।ବିରୋଧୀ ମେଣ୍ଟର ବରିଷ୍ଠ ନେତାମାନେ ଏକାଠି ହୋଇ ଏହି ପ୍ରସଙ୍ଗଗୁଡ଼ିକ ଉପରେ ମିଳିତ ରଣନୀତି ନେଇ ଆଲୋଚନା କରିବେ । SIR ପ୍ରକ୍ରିୟାରେ ଭୋଟରଙ୍କ ନାଁ ବାଦ୍ ପଡ଼ିବା, ଭୋଟର ତାଲିକା ଯାଞ୍ଚ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ଉଠାଇଆସୁଥିବା ଆପତ୍ତି ଆଜିର ବୈଠକରେ ପ୍ରମୁଖ ପ୍ରସଙ୍ଗ ହେବ । ଏହାସହ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ, ସେନେଇ ମଧ୍ୟ ମାନସମନ୍ଥନ ହେବ ।

Leave a Reply

Your email address will not be published. Required fields are marked *