ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି
ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ OUAT କୃଷି ସଦନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଇଚ ଟିପି ଅର୍ଥ ପ୍ରଦାନ କରିଛନ୍ତି । CM-KISANର ୫ମ କିସ୍ତି ଭାବେ ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । CM-KISAN ଯୋଜନାର ପଞ୍ଚମ କିସ୍ତି ବାବଦରେ ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୮୩୩ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଗଲା। ଏହି ସହାୟତା ଚାଷୀ ପରିବାରଙ୍କ କୃଷିକାର୍ଯ୍ୟ ଓ ଆନୁଷଙ୍ଗିକ ଖର୍ଚ୍ଚ ପୂରଣରେ ସହାୟକ ହେବ। ଚାଷୀଙ୍କ ପାଇଁ କୃଷି କାର୍ଯ୍ୟରେ ଆର୍ଥିକ ସହାୟତାର ବିଶେଷ ଗୁରୁତ୍ୱ ରହିଛି । ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବା ସହ ଚାଷ କାର୍ଯ୍ୟରେ ବିଭିନ୍ନ ଖର୍ଚ୍ଚ ହୋଇଥାଏ । ଏଭଳି ସମୟରେ ମିଳୁଥିବା ସହାୟତା ଚାଷୀଙ୍କୁ ଆର୍ଥିକ ଭାବେ ସହଯୋଗ କରିବ ବୋଲି ଆଶା କରାଯାଉଛି ।
