ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ପିଇଓ

ଭିଜିଲାନ୍ସ ଜାଲରେ ପିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ କଟାବାହାଲ ପଞ୍ଚାୟତର ପିଇଓ କାର୍ତ୍ତିକ ବେହେରାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମର ରେଡ୍ ।ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ପାଇବା ପରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । କାର୍ତ୍ତିକ ବେହେରାଙ୍କ ପୈତୃକ ଘର କନ୍ଦାଗାଡ଼ ସମେତ କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଇସିଲେଟ ବ୍ଲକ୍ କାର୍ଯ୍ୟାଳୟରେ ଏକାସାଙ୍ଗରେ ଯାଞ୍ଚ ଚାଲିଛି । ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏହାସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ଚେକ୍ ବୁକ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଛି ।ତେବେ ଚଢ଼ାଉ ଏବେ ମଧ୍ୟ ଜାରି ରହିଥିବାରୁ ମୋଟ କେତେ ପରିମାଣର ସମ୍ପତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ପରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ । ଆୟ ଓ ସମ୍ପତ୍ତିର ହିସାବ ଯାଞ୍ଚ କରିବା ସହ ଭିଜିଲାନ୍ସ ଟିମ୍ ଘଟଣାର ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *