ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ
ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା । ସରକାରଙ୍କ ବିଜ୍ଞପ୍ତି ସତ୍ତ୍ୱେ ନିୟମିତ ହେଉ ନାହାନ୍ତି ୧୩ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ । ହାଇକୋର୍ଟଙ୍କ ରହିତାଦେଶ ପରେ ସତ୍ୟପାଠ ଦାଖଲରେ ସରକାରୀ ବିଳମ୍ବ ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାରରୁ ଅଧିକ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ଏକତ୍ରିତ ହୋଇ ବିଶାଳ ଗଣଧାରଣା ଦେଇଛନ୍ତି । ସରକାରୀ ଉଦାସୀନତା ଓ ପ୍ରଶାସନିକ ବିଳମ୍ବ ବିରୋଧରେ ହଜାର ହଜାର ଶିକ୍ଷକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ରାଜରାସ୍ତାରେ ନିଜର ପ୍ରତିବାଦ ଜାହିର କରିଛନ୍ତି । ଆନ୍ଦୋଳନରତ ଶିକ୍ଷକମାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମାତ୍ର ଏହି ବିଜ୍ଞପ୍ତି ବିରୋଧରେ ମାମଲା ଦାଏର ହେବା ପରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ ।
