DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । DCP ଜଗମୋହନ ମୀନାଙ୍କ ଇସ୍ତଫାକୁ MHAର ମଞ୍ଜୁରି। ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଞ୍ଜୁରି ପ୍ରଦାନ କରିଛି। ଭାରତୀୟ ପୋଲିସ ସେବା (IPS)ରୁ ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ୨୦୧୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ମୀନାଙ୍କ ଇସ୍ତଫା ୨୦୨୬ ସେପ୍ଟେମ୍ବର ୧୧ ଅପରାହ୍ଣରୁ କାର୍ଯ୍ୟକାରୀ ହୋଇଛି।ସେପ୍ଟେମ୍ବର ୧୧ରେ ନୂଆଦିଲ୍ଲୀରୁ ଜାରି କେନ୍ଦ୍ର ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଜଗମୋହନ ମୀନା, IPS (OD:2013)ଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହି ଆଦେଶରେ କେନ୍ଦ୍ର ସରକାରଙ୍କ ଅଣ୍ଡର ସେକ୍ରେଟାରୀ ୟତେନ୍ଦ୍ର କୁମାରଙ୍କ ସ୍ୱାକ୍ଷର ରହିଛି। ଭୁବନେଶ୍ୱର DCP ଭାବେ କାର୍ଯ୍ୟରତ ଥିବା ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ IPS ଚାକିରିରୁ ଇସ୍ତଫା ଦେଇଥିଲେ। ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ।
