ବ୍ରିକ୍ସ ଶିଖର ସମ୍ମିଳନୀକୁ ମୋଦିଙ୍କ ସମ୍ବୋଧନ

BRICSରେ ମୋଦୀଙ୍କ ବଡ଼ ବାର୍ତ୍ତା: ‘ଗ୍ଲୋବାଲ ସାଉଥ୍‌’ର ଭୂମିକା ବଢ଼ୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ସ୍ତରରେ ‘ଗ୍ଲୋବାଲ ସାଉଥ୍‌’ ପାଇଁ ଏକ ବଡ଼ ଭୂମିକା ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ଆଣିବାକୁ ଆହ୍ବାନ ଦେଇଛନ୍ତି । ଦିଲ୍ଲୀଠାରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ସେ ବ୍ରିକ୍ସ ଦେଶଗୁଡ଼ିକୁ କେବଳ ନିୟମ ମାନିବା ପରିବର୍ତ୍ତେ ଆଇନ ପ୍ରଣେତା ବା ନିୟମ ନିର୍ଦ୍ଧାରକରେ ପରିଣତ ହେବାକୁ ଆହ୍ୱାନ କରିଛନ୍ତି । ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଗୋଷ୍ଠୀ କୌଣସି ନିର୍ଦ୍ଦିଷ୍ଟ ଦେଶ କିମ୍ବା ବ୍ଲକ ବିରୋଧରେ ନିର୍ଦ୍ଦେଶିତ ନୁହେଁ ବରଂ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ତଥା ଅନ୍ତର୍ଭୁକ୍ତ ଅନ୍ତର୍ଜାତୀୟ ବ୍ୟବସ୍ଥା ଗଠନ ପାଇଁ ଏହାର ବର୍ଦ୍ଧିତ ପ୍ରଭାବକୁ ବ୍ୟବହାର କରିବା ଉଚିତ୍ ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ କାହା ବିରୋଧରେ ଯିବା ନାହିଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ପାଇଁ ଚିନ୍ତା କରିବା । ବିଶ୍ୱ ସ୍ତରରେ ଆମର ଏକତା ଓ ସହମତିକୁ ପ୍ରତ୍ୟକ୍ଷ ଓ ଦୃଢ଼ ଫଳାଫଳରେ ପରିଣତ କରିବାର ସମୟ ଆସିପହଞ୍ଚିଛି । ଆଗାମୀ ୨୦ ବର୍ଷ ପାଇଁ ଆମକୁ ଏକ ନୂତନ, ଦୂରଦୃଷ୍ଟିସମ୍ପନ୍ନ ଓ ମହତ୍ୱାକାଂକ୍ଷୀ ଏଜେଣ୍ଡା ଉପରେ କାମ କରିବାକୁ ପଡ଼ିବ । ଏହାସହ ବିଶ୍ୱ ଶାସନ ସଂସ୍କାର ପାଇଁ ସେ ଏକ ୧୦-ସୂତ୍ରୀ ରୋଡମ୍ୟାପ୍ ପ୍ରସ୍ତାବ ଦେଇଥିଲେ, ଯାହା ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନିୟମ ନିର୍ଦ୍ଧାରଣ ଭଳି ତିନୋଟି ବ୍ୟାପକ ପ୍ରାଥମିକତା ଉପରେ ଆଧାରିତ । ଏଥିସହିତ, ବ୍ରିକ୍ସ ମଧ୍ୟରେ ଦୃଢ଼ ସଂସ୍ଥାଗତ ନିରନ୍ତରତା ବଜାୟ ରଖିବା ପାଇଁ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

Leave a Reply

Your email address will not be published. Required fields are marked *