ଭୁଶୁଡିଲା ନିର୍ମାଣାଧୀନ ବ୍ରିଜର ଲାଞ୍ଚର, ୮ ଶ୍ରମିକ ଗୁରୁତର
ବିହାର ଲାଲଗଂଜରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜର ଲାଞ୍ଚର । ଲାଞ୍ଚର ଭୁଶୁଡିବା ଯୋଗୁଁ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ଘଟଣାରେ ୨ ଜଣକ ଅବସ୍ଥା ଗୁରୁତର ରହିଛି । ଅଘଟଣ ପରେ ଘଟଣା ସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା । ଏହାପରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ଚିକିତ୍ସା ଜାରି ରହିଛି ।ଖବର ମୁତାବକ, ବୈଶାଳୀ ଲାଲଗଂଜରେ ଭାରତମାଳା ପରିଯୋଜନା ଅଧିନରେ ଏନଏଚଏଆଇର ଏନଏଚ-୧୩୯ ଡବ୍ୟୁଲ ଫୋରଲେନରେ ବଡ଼ ଅଘଟଣ ଘଟିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନିର୍ମାଣାଧୀନ ବ୍ରିଜର ଲାଞ୍ଚର ହଠାତ୍ ଭୁଶୁଡି ପଡିଥିଲା । ଏହି ଘଟଣାରେ ଅନେକ ଶ୍ରମିକ ଆହତ ହୋଇଥିଲେ । ଶ୍ରମିକମାନେ ଲୁହା ତଳେ ଚାପି ହୋଇ ପଡିଥିଲେ । ଏମାନଙ୍କୁ ମେସିନ ସହାୟତାରେ କାଟି ଉଦ୍ଧାର କରାଯାଇଛି ।
