ଅକ୍ଟୋବର ୨ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ସେବା

ଭୁବନେଶ୍ୱରରୁ ପୁଣି ଉଡ଼ିବ ବ୍ୟାଙ୍କକ ବିମାନ

ରାଜଧାନୀ ଭୁବନେଶ୍ୱରରୁ ପୁଣି ଆରମ୍ଭ ହେବ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା। ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ ରୁଟ୍‌ରେ ବିମାନ ଉଡ଼ାଣ ପୁଣି ଆରମ୍ଭ ହେବ।ପ୍ରାଥମିକ ସୂଚନା ଅନୁସାରେ, ସପ୍ତାହକୁ ଦୁଇଥର ଏହି ବିମାନ ସେବା ଉପଲବ୍ଧ ହେବ। ଏହା ଫଳରେ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁବିଧାଜନକ ହେବ।କିଛି କାରଣରୁ ପୂର୍ବରୁ ଭୁବନେଶ୍ୱର-ବ୍ୟାଙ୍କକ ରୁଟ୍‌ରେ ବିମାନ ଉଡ଼ାଣ ବନ୍ଦ ରହିଥିଲା। ଏବେ ପୁଣି ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।ବ୍ୟାଙ୍କକ ବିମାନ ସେବା ପୁନଃ ଆରମ୍ଭ ହେବା ଦ୍ୱାରା ଓଡ଼ିଶାର ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦେଶ ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।ବିଶେଷକରି ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଏସିଆ ସହ ଆକାଶପଥରେ ଯୋଗାଯୋଗକୁ ଏହି ସେବା ଆହୁରି ସୁଦୃଢ଼ କରିବ।

Leave a Reply

Your email address will not be published. Required fields are marked *