କେନ୍ଦ୍ର କ୍ୟାବିନେଟ୍ ବଡ଼ ନିଷ୍ପତ୍ତି

ଖଡ଼ଗପୁର-ଝାରସୁଗୁଡ଼ା ୪ଲେନ୍‌ ରେଲୱେ ଟ୍ରାକକୁ ମଞ୍ଜୁରୀ

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ମଞ୍ଜୁରୀ ମିଳିଛି। ୪ ଲେନ୍‌ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ କରିଛି। ୩ଟି ପ୍ରମୁଖ ରେଳ ସମ୍ପ୍ରସାରଣ ପ୍ରୋଜେକ୍ଟକୁ ମିଳିଛି ଅନୁମୋଦନ। ୩ଟି ପ୍ରମୁଖ ପ୍ରୋଜେକ୍ଟ ମଧ୍ୟରେ ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ଟ୍ରାକ୍‌ ରହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ୩ଟି ପ୍ରୋଜେକ୍ଟକୁ ଅନୁମୋଦନ ମିଳିଛି। ୫ଟି ରାଜ୍ୟର ୧୪ଟି ଜିଲାର ପ୍ରାୟ ୫୬ ଲକ୍ଷ ଲୋକ ଉପକୃତ ହେବେ। ୩ଟି ଯାକ ରେଲ୍‌ ପ୍ରୋଜେକ୍ଟ ପାଇଁ ବ୍ୟୟ ହେବ ୧୦,୭୮୩ କୋଟି ଟଙ୍କା ହେବ। ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ନେଟୱର୍କକୁ ପ୍ରାୟ ୬୫୬ କିଲୋମିଟର ବୃଦ୍ଧି କରିବ । ଏହି ପ୍ରକଳ୍ପଗୁଡ଼ିକର ସମୁଦାୟ ଆନୁମାନିକ ବ୍ୟୟ ଅଟକଳ ୧୦,୭୮୩ କୋଟି ଟଙ୍କା ରଖାଯାଇଛି ଏବଂ ଏହାକୁ ୨୦୨୯-୩୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ରେଳ ଲାଇନ୍ କ୍ଷମତା ବୃଦ୍ଧି ହେବା ଫଳରେ ଗମନାଗମନ ବେଗ ବୃଦ୍ଧି ପାଇବ, ଯାହା ଭାରତୀୟ ରେଳବାଇର କାର୍ୟ୍ୟକ୍ଷମତା ଏବଂ ସେବା ବିଶ୍ୱସନୀୟତାରେ ସୁଧାର ଆଣିବ। ଏହି ମଲ୍ଟିଟ୍ରାକିଂ ପ୍ରସ୍ତାବଗୁଡ଼ିକ ରେଳ ଚଳାଚଳକୁ ସ୍ୱାଭାବିକ କରିବା ସହ ଭିଡ଼ କମାଇବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *