ରାଜଧାନୀରେ ଭଙ୍ଗାଯିବ ଅସୁରକ୍ଷିତ କୋଠା

୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱରରେ କେତେ ସୁରକ୍ଷିତ ବିଭିନ୍ନ ବିଲ୍ଡିଂ । ଦିଲ୍ଲୀ PG ଟ୍ରାଜେଡି ପରେ ରାଜଧାନୀରେ ଭଙ୍ଗାଯିବ ଅସୁରକ୍ଷିତ କୋଠା । ଅସୁରକ୍ଷିତ ବିଲ୍ଡିଙ୍ଗ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର କମିଟି । ୧୫ ଦିନ ଭିତରେ ରିପୋର୍ଟ ଦେବ କମିଟି । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଅସୁରକ୍ଷିତ ସରକାରୀ ଏବଂ ବେସରକାରୀ କୋଠା ଅନୁଧ୍ୟାନ କରାଯାଇ ନୋଟିସ କରାଯିବ ।

ବିଶେଷକରି କଟକ ଓ ପୁରୀ ଉପରେ ଫୋକସ୍ ପାଇଁ ପରାମର୍ଶ ରହିଛି । ଯାଞ୍ଚକାରୀ ଦଳ ସନ୍ଦେହଜନକ ବିପଦପୂର୍ଣ୍ଣ କୋଠାଗୁଡ଼ିକର ବିସ୍ତୃତ ଯାଞ୍ଚ କରିବ । ନଗର ଉନ୍ନୟନ ବିଭାଗର କୋଠା ଦୁର୍ବଳ ଥିଲେ ତାକୁ ଭଙ୍ଗାଯାଇ ନୂଆ ନିର୍ମାଣ କରାଯିବ । ଅନ୍ୟ ବିଭାଗର ସରକାରୀ କୋଠା ସେପରି ଥିଲେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯିବ । ବେସରକାରୀ ହେଲେ ମଧ୍ୟ ସେମାନଙ୍କୁ ନୋଟିସ କରାଯିବ । ତେବେ ଯେଉଁ ଅସୁରକ୍ଷିତ କୋଠା ଆମ ବିଭାଗ ଅଧୀନରେ ଆସିବ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଯଦି ସେଗୁଡ଼ିକ ଅନ୍ୟ ବିଭାଗର ତେବେ ଆମେ ସେମାନଙ୍କ ସହିତ ସମନ୍ୱୟ ରଖିବୁ । ଏପରିକି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *