ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା, ବୟଫ୍ରେଣ୍ଡଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଉଦଳାର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁଙ୍କ ଜାମିନ୍। ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ଜାମିନ ମଞ୍ଜୁର କରିଛନ୍ତି ଓଡ଼ିଶା ହାଇକୋର୍ଟ। ସାକ୍ଷୀ ମାନଙ୍କୁ ପ୍ରଭାବିତ ନକରିବାକୁ ଜାମିନରେ ସର୍ତ୍ତ ରହିଛି ।ଗତ ମେ ମାସ ୪ ତାରିଖରେ ତ୍ରିଶୂଳିଆରେ କାଠଯୋଡ଼ି ନଦୀରୁ ଚନ୍ଦ୍ରିକାଙ୍କ ମୃତଦେହ ମିଳିଥିଲା । ଚନ୍ଦ୍ରିକା ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ଏମବିବିଏସ ଛାତ୍ରୀ ଥିଲେ । ତାଙ୍କ ମୃତ୍ୟୁ ନେଇ ଚନ୍ଦ୍ରିକାଙ୍କ ପରିବାର ପୁରୁଷ ବନ୍ଧୁ ଭୀମସେନ ଓ ନୂଆ ବାନ୍ଧବୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ଭୀମସେନଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର ।ଏହି ଘଟଣାକୁ ନେଇ ରାଜ୍ୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ମାମଲାରେ ଅଭିଯୁକ୍ତ ଭୀମସେନ ପ୍ରସାଦ ଟୁଡୁଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କାର କରିଥିବା ମଧ୍ୟ ଜଣାପଡ଼ିଛି । ଏବେ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପରେ ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଉପରେ ନଜର ରହିଛି ।
