ଅଭିନନ୍ଦନ ବର୍ତ୍ତମାନଙ୍କ ନୂଆ ଅଧ୍ୟାୟ ଆରମ୍ଭ

ଫାଇଟର ଜେଟ୍ ନୁହେଁ ଯାତ୍ରୀ ବିମାନ ଉଡ଼ାଇବେ ଅଭିନନ୍ଦନ

ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ତ୍ତମାନ ନିଜ କ୍ୟାରିଅରର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ୨୦୧୯ରେ ପାକିସ୍ତାନ ସହିତ ହୋଇଥିବା ଆକାଶମାର୍ଗ ଯୁଦ୍ଧ ସମୟରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିଥିବା ଏହି ବୀର ପାଇଲଟ୍, ଏବେ ଆଉ ଯୁଦ୍ଧ ବିମାନ ନୁହେଁ ବରଂ ସାଧାରଣ ଯାତ୍ରୀବାହୀ ବିମାନ ଉଡ଼ାଇବେ । ସାହସୀ ପାଇଲଟ୍ ଏବେ ଦେଶର ସାଧାରଣ ଯାତ୍ରୀମାନଙ୍କୁ ନେଇ ଆଞ୍ଚଳିକ ଗନ୍ତବ୍ୟସ୍ଥଳକୁ ସୁରକ୍ଷିତ ଭାବେ ପହଞ୍ଚାଇବାର ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ।ସୂଚନା ମୁତାବକ, ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ତ୍ତମାନ ଗତ ଅଗଷ୍ଟ ମାସରେ ଗୋଆ ଭିତ୍ତିକ ଆଞ୍ଚଳିକ ବିମାନ ସେବା FLY91 ରେ ଜଣେ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି । ତେବେ ଏହି ନିଯୁକ୍ତିକୁ ନେଇ ଏୟାରଲାଇନ୍ସ କର୍ତ୍ତୃପକ୍ଷ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦେଇନାହାନ୍ତି ।

Leave a Reply

Your email address will not be published. Required fields are marked *