କଟକ ଭାଣପୁରରେ ଥିବା ମୋମୋ ଗୋଦାମରେ ଚଢ଼ାଉ

ମୋମୋ ଗୋଦାମରେ ଚଢ଼ାଉ, ପେଟି ପେଟି ମୋମୋ ଜବତ

ମୋମୋ ଗୋଦାମରେ ଚଢ଼ାଉ । କଟକ ଭାଣପୁରରେ ଥିବା ଏକ ୱାଓ ମୋମୋ ଗୋଦାମରେ ଏକ ବଡ଼ ଧରଣର ରେଡ କରିଛି ଫୁଡ୍ ସେଫ୍ଟି ବିଭାଗ। ଗୋଦାମ ଭିତରେ ପେଟି ପେଟି ମୋମୋ ମହଜୁଦ ରହିଥିବା ବେଳେ, ଦୀର୍ଘଦିନ ଧରି ଏଗୁଡ଼ିକୁ ଫ୍ରିଜ୍ ରେ ସଂରକ୍ଷିତ କରି ବିଭିନ୍ନ ସ୍ଥାନକୁ ଯୋଗାଣ କରାଯାଉଥିବା ଜଣାପଡ଼ିଛି। କଟକ ସମେତ ଭୁବନେଶ୍ୱର ଓ ପୁରୀ ଭଳି ସହରକୁ ମୋମୋ ଯୋଗାଣ ହେଉଥିବା ସୂଚନା ମିଳିଛି ।ଚଢ଼ାଉ ବେଳେ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ଆବଶ୍ୟକ ବୈଧ କାଗଜପତ୍ର ଦେଖାଇ ନପାରିବାରୁ ଗୋଦାମକୁ ସିଲ୍ କରିଛି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିବା ସଂସ୍ଥା ବିରୋଧରେ ନିୟମ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେଏମସି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଗୋଦାମରୁ ଜବତ ହୋଇଥିବା ମୋମୋର ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ, ଏହାର ଗୁଣବତ୍ତା ଓ ସଂରକ୍ଷଣ ପ୍ରକ୍ରିୟାକୁ ନେଇ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *