ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଓଡ଼ିଶା DGP ଚୟନ ମାମଲା ଶୁଣାଣି
ଓଡ଼ିଶା DGP ଚୟନ ମାମଲା । ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି । ଆମିକସ କ୍ୟୁରି ଦାଖଲ କଲେ ରିପୋର୍ଟ । ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନକୁ ନେଇ ସସ୍ ପେନ୍ସ ଜାରି ରହିଛି ।ଆଜି ସୁପ୍ରିମକୋର୍ଟରେ ମାମଲା ଉଠିଥିବା ବେଳେ ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇ ଦିଆଯାଇଛି । ଏହାରି ମଧ୍ୟରେ ମାମଲାରେ ସୁପ୍ରିମକୋର୍ଟଙ୍କୁ ସହାୟତା କରୁଥିବା ଆମିକସ କ୍ୟୁରୀ ନିଜ ରିପୋର୍ଟ ଦାଖଲ କରିଛନ୍ତି । ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠରେ ହେଉଛି । ରାଜ୍ୟ ସରକାର DGP ପଦ ପାଇଁ ସମ୍ଭାବ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ବେଳେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି କି ନାହିଁ, ତାହା ଏହି ମାମଲାର ମୁଖ୍ୟ ପ୍ରସଙ୍ଗ ।
