କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା

ଏଣିକି ପ୍ରତିବର୍ଷ ପାଇଲଟ୍ ମାନଙ୍କର ହେବ ଡୋପ୍ ଟେଷ୍ଟ

ପ୍ରତିବର୍ଷ ପାଇଲଟ୍ ମାନଙ୍କର ହେବ ଡୋପ୍ ଟେଷ୍ଟ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ। ସୁରକ୍ଷିତ ବିମାନ ଚଳାଚଳକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଫୁକେଟ-ଦିଲ୍ଲୀ ଫ୍ଲାଇଟ୍ ଘଟଣା ପରଠାରୁ ପାଇଲଟମାନଙ୍କ ଡୋପ ଟେଷ୍ଟକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର।ଏଣୁ ଏହି ଟେଷ୍ଟକୁ ୧୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ନିକଟରେ ଦେଶର ସମସ୍ତ ପାଇଲଟଙ୍କ ମଧ୍ୟରୁ କେବଳ ୧୦ ପ୍ରତିଶତ ପାଇଲଟମାନଙ୍କ ଡୋପ ଟେଷ୍ଟ ପାଇଁ ନିୟମ ଆଣିଥିଲେ DGCA। କିନ୍ତୁ ଏହାକୁ ବୃଦ୍ଧି କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ସେହିପରି ଦିଲ୍ଲୀ-ଫୁକେଟ୍ ବିମାନ ଟର୍ବୁଲାନ୍ସ ଘଟଣାର ତଦନ୍ତ ଚଳାଇଥିବା AAIB ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବ ବୋଲି କହିଛନ୍ତି ନାଇଡ଼ୁ।

Leave a Reply

Your email address will not be published. Required fields are marked *