ଓଡ଼ିଶାକୁ ପ୍ରବଳ ବର୍ଷା ସମ୍ଭାବନା

୧୪ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

୧୪ ଅଗଷ୍ଟ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା । ଓଡ଼ିଶାରେ ବଢ଼ିପାରେ ବର୍ଷା । ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ପ୍ରକ୍ରିୟା ସକ୍ରିୟ ହେବାର ସଙ୍କେତ ମିଳିଛି । ୧୪ ଅଗଷ୍ଟ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । IMDର ଆକଳନ ଅନୁଯାୟୀ, ପ୍ରଥମେ ୧୨ ଅଗଷ୍ଟ ପାଖାପାଖି ଉତ୍ତର ବଙ୍ଗୋପସାଗର ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦ୍ୱିତୀୟ ସପ୍ତାହର ଆରମ୍ଭ, ଅର୍ଥାତ୍ ପ୍ରାୟ ୧୪ ଅଗଷ୍ଟ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିପାରେ । ଏହି ସମ୍ଭାବ୍ୟ ଲଘୁଚାପଟି ବର୍ତ୍ତମାନର ପାଣିପାଗ ପ୍ରକ୍ରିୟାଠାରୁ ଭିନ୍ନ ।

Leave a Reply

Your email address will not be published. Required fields are marked *