ପାଠ୍ୟପୁସ୍ତକ ତ୍ରୁଟି ମାମଲା

ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ମିଳିଲା ଜାମିନ

ପାଠ୍ୟପୁସ୍ତକ ତ୍ରୁଟି ମାମଲା । ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ। ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ଏକାଧିକ ତଥ୍ୟଗତ ଓ ବିଷୟବସ୍ତୁଗତ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବହୁଚର୍ଚ୍ଚିତ ମାମଲାରେ ବଡ଼ ଅପଡେଟ୍ । SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କଟକ ସ୍ୱତନ୍ତ୍ର SC/ST ଅଦାଲତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ଇତିହାସ, ସାଧାରଣ ଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଅନେକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ବିବାଦ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *