ପ୍ରଧାନମନ୍ତ୍ରୀ ଭିଡିଓ ଡିଲିଟ୍ ମାମଲା

ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବାକୁ ସଂସଦୀୟ କମିଟିର ଚେତାବନୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ହଟାଇବା ମାମଲାରେ ବଢିଲା ମେଟାର ଅଡୁଆ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗରେ ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବାକୁ ସଂସଦୀୟ କମିଟିର ଚେତାବନୀ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂସଦୀୟ ସ୍ଥାୟୀ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ଫେସବୁକରୁ ସାମୟିକ ଭାବେ ହଟାଇବା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କମିଟିର ଅଧ୍ୟକ୍ଷ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ସ୍ପଷ୍ଟ କରିଛନ୍ତି, ମେଟା ସିଇଓ ମାର୍କ ଜୁକରବର୍ଗ ଏହି ଘଟଣା ପାଇଁ ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା କରିବା ଉଚିତ୍। ଯଦି ସେ ତାହା ନ କରନ୍ତି, ତେବେ କମ୍ପାନୀର ସେଫ୍ ହାରବର୍ ସୁରକ୍ଷା ପ୍ରତ୍ୟାହାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *