ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ପ୍ରଥମ ଶ୍ରେଣୀ ବହିରେ ଭୁଲ୍ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇନି ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ଯେପରି ତ୍ରୁଟି ନେଇ ପ୍ରଚାର ହେଉଛି, ସେଭଳି କୌଣସି ଭୁଲ୍ ହୋଇନାହିଁ। ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ପିଲାଙ୍କୁ ସଠିକ୍ ବହି ଯୋଗାଇ ଦିଆଯିବ ।

ଅନ୍ୟପଟେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ନେଇ ଗଣମାଧ୍ୟମରେ ହେଉଥିବା ଉପସ୍ଥାପନାକୁ ମନ୍ତ୍ରୀ ଭୁଲ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷାନୀତିରେ ଅନ୍ୟ ରାଜ୍ୟର ଗୀତକୁ ମଧ୍ୟ ସ୍ଥାନ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହାକୁ ଭୁଲ ଭାବେ ପ୍ରଚାର କରାଯାଉଛି । ଅନୁଧ୍ୟାନ କରାନଯାଇ ଅପପ୍ରଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *