ଲୋକସଭାରେ ପାସ୍ ହେଲା ପେପର୍ ଲିକ୍ ସଂଶୋଧନ ବିଲ୍
ଲୋକସଭାରେ ପେପର୍ ଲିକ୍ ସଂଶୋଧନ ବିଲ୍ ପାସ୍ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ପାସ୍ ହେଲା ବିଲ୍ । ଆସନ୍ତା କାଲି ଦିନ ୧୧ଟା ଯାଏଁ ଗୃହ ମୁଲତବି । ଚଳିତ ମୌସୁମୀ ଅଧିବେଶନରେ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବଂ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷରେ ଏହି ବିଲ୍କୁ ମଞ୍ଜୁରୀ ମିଳିଛି ।ଏହି ବିଲ୍ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ବିଶେଷ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣକୁ ନେଇ ଗୃହରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା । ରାହୁଲଙ୍କ ବକ୍ତବ୍ୟକୁ ନେଇ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଦେଖାଦେଇଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇଥିଲା ।ବାଚସ୍ପତି ଓମ୍ ବିର୍ଲା ଗୃହରେ ବିଲ୍ ପାରିତ ହେବା ନେଇ ଘୋଷଣା କରିଥିଲେ ।
