ବାଲେଶ୍ୱର-ଭଦ୍ରକ-ଯାଜପୁର ଯିବ ଉଚ୍ଚସ୍ତରୀୟ ଟିମ୍

ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ବିଭାଗର ସମୀକ୍ଷା

ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ବିଭାଗର ସମୀକ୍ଷା । ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝରରେ ବି ଲୋକ ବି ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ୪୬୪ଟି ରିଲିଫ କ୍ୟାମ୍ପରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି ବୋଲି କହିଛି ରାଜସ୍ବ ବିଭାଗ ।ଅନ୍ୟପଟେ ବନ୍ୟା ପାଣି କମିଲେ ୩ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲାପାଳଙ୍କୁ ଦେଲା ରାଜସ୍ୱ ବିଭାଗ । କେତେ ଚାଷ ଜମି ନଷ୍ଟ ହୋଇଛି , କେତେ ଘର ଭାଙ୍ଗିଛି ତାର ରିପୋର୍ଟ ଦେବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢୀଙ୍କ ନିର୍ଦ୍ଦେଶ । କିଛି ସମୟ ମଧ୍ୟରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅରବିନ୍ଦ ପାଢ଼ୀ, ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଭଦ୍ରକ,ବାଲେଶ୍ୱର ଓ ଯାଜପୁର ପରିଦର୍ଶନ କରି ସ୍ଥିତି ଦେଖିବେ।

Leave a Reply

Your email address will not be published. Required fields are marked *