ଦୁଇଦିନ ଯାଏଁ ଚାରଧାମ ଯାତ୍ରା ସ୍ଥଗିତ
ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରା ମଙ୍ଗଳବାର ଏବଂ ବୁଧବାର ବନ୍ଦ ରହିବ ବୋଲି ଜଣାପଡିଛି ।ଖବର ମୁତାବକ, ଚାରଧାମ ଯାତ୍ରା ମାର୍ଗରେ ଅନେକ ସ୍ଥାନରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାସ୍ତା ବନ୍ଦ ପଡିଛି । ପ୍ରବଳ ବର୍ଷା ଯୋଗୁଁ ଆଲଟର୍ କାରଣରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଏବଂ ଆସନ୍ତାକାଲି ପାଇଁ ଚାରଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି ।
