ସାଧାରଣ ଇନଫ୍ୟୁଏଞ୍ଜା ହୋଇଗଲାଣି କୋଭିଡ

ରାଜ୍ୟରେ ୩ କୋଭିଡ ପଜେଟିଭ ଚିହ୍ନଟ

ରାଜ୍ୟରେ ୩ କୋଭିଡ ପଜେଟିଭ ଚିହ୍ନଟ । କିନ୍ତୁ କୋଭିଡ ପରିସ୍ଥିତି ନାହିଁ, ଏବେ ଏହା ଏକ ସାଧାରଣ ଇନ୍ ଫ୍ଲୁଏଞ୍ଜା ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର । ରାଜ୍ୟରେ ଏବେ କୋଭିଡ୍ ପରିସ୍ଥିତି ନାହିଁ । ଏହାର କିଛି ବି ଗୁରୁତ୍ୱ ନାହିଁ । ଏହା ଏକ ସାଧାରଣ ଇନଫ୍ୟୁଏଞ୍ଜା ହୋଇଗଲାଣି । ବର୍ତ୍ତମାନ କୋଭିଡ ସାଧାରଣ ଥଣ୍ଡା, ଜ୍ୱର ଅଛି । ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି । ଦୁଇ ଜଣ ସଂଘରୋଧରେ ଅଛନ୍ତି । ସେମାନଙ୍କୁ ଘରେ ରଖାଯାଇଛି । ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି । ଲଗାତର ଭାବେ ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ।

Leave a Reply

Your email address will not be published. Required fields are marked *