ଭିକେ ପାଣ୍ଡିଆନଙ୍କୁ ନୋଟିସ

ସିଏମଓରୁ ଦୁଇ ଫାଇଲ ଗାଏବ ଘଟଣା, ଭିକେ ପାଣ୍ଡିଆନଙ୍କୁ ନୋଟିସ

ସିଏମଓରୁ ଦୁଇ ଫାଇଲ ଗାଏବ ଘଟଣାରେ ଭିକେ ପାଣ୍ଡିଆନଙ୍କୁ ନୋଟିସ । ୨୫ ତାରିଖ ଦିନ ୧୧ଟାରେ ହାଜର ହେବାକୁ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ କରାଯାଇଛି । ଭୁବନେଶ୍ବର ଜୋନ-୧ ଏସିପିଙ୍କ ଅଫିସରେ ହାଜର ହେବାକୁ କୁହାଯାଇଛି । ଫାଇଲ ମିସିଂ ମାମଲାରେ ପୂର୍ବରୁ ୨ ଅଧିକାରୀଙ୍କୁ ସମନ କରିଥିଲା ପୋଲିସ ।ପୂର୍ବତନ ଆଇଏଏସ ରାଜେଶ ବର୍ମା ଓ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ ଜାରି ହୋଇଥିଲା । ଏହାପରେ ଗତ ୧୮ ତାରିଖରେ କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ ମନୋଜ ମିଶ୍ର । ୨୦୨୪ରେ ସରକାର ପରିବର୍ତ୍ତନ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ମିସିଂ ନେଇ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *