ବଡ଼ଦାଣ୍ଡରେ ଜନସମୁଦ୍ର, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଶ୍ରୀକ୍ଷେତ୍ର

ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି

ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଆଜି ସୃଷ୍ଟି ହୋଇଛି ଏକ ଅଲୌକିକ ଓ ଦିବ୍ୟ ପରିବେଶ । ଧାଡ଼ି ପହଣ୍ଡିରେ ଭକ୍ତଙ୍କ ମେଳରେ ରତ୍ନବେଦୀରୁ ବାହାରି ଆସି ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି ତିନିଠାକୁର ଓ ସୁଦର୍ଶନ । ତାଳଧ୍ୱଜ ରଥରେ ବଡ଼ଠାକୁର ବଳଭଦ୍ର, ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ବିରାଜମାନ ହୋଇଛନ୍ତି । ସୁଦର୍ଶନ ମଧ୍ୟ ଦର୍ପଦଳନ ରଥରେ ଆସନ ଗ୍ରହଣ କରିଛନ୍ତି । ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର ।’ଜୟ ଜଗନ୍ନାଥ’, ‘ହରିବୋଲ’, ‘ଜୟ ବଳଭଦ୍ର’, ‘ଜୟ ମା ସୁଭଦ୍ରା’ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଶ୍ରୀକ୍ଷେତ୍ର । ଘଣ୍ଟ, ଘଣ୍ଟା, ମାଦଳ, କାହାଳୀ ଓ ଶଙ୍ଖଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ଆହୁରି ମୁଖରିତ ହୋଇଉଠିଛି ।

Leave a Reply

Your email address will not be published. Required fields are marked *