ରତ୍ନ ସିଂହାସନ ରୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ
ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ। ବିଶ୍ଵ ନିୟନ୍ତା ଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ରତ୍ନ ସିଂହାସନ ଛାଡ଼ି ରଥାରୁଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି। ଭାଇ ଭଉଣୀ ଙ୍କୁ ସାଙ୍ଗରେ ନେଇ ନବ ଦିନାତ୍ମକ ଯାତ୍ରାରେ ଯିବେ ଜନ୍ମ ବେଦୀକୁ।
ରଥଯାତ୍ରା ନୀତିକାନ୍ତି
- ସକାଳ ୬ଟା: ମଳଙ୍ଗ ଆଳତି
- ୬ଟା ୧୦ରୁ ୬ଟା ୩୦: ମଇଲମ ଓ ତଡ଼ପଲାଗି
- ୬ଟା ୩୦: ରୋଷହୋମ
- ସକାଳ ୭ଟା: ଅବକାଶ
- ୭ଟା ୧୦: ସୂର୍ଯ୍ୟପୂଜା
- ୭ଟା ୩୦: ଦ୍ବାରପାଳ ପୂଜା
- ୭ଟା ୩୦: ବେଶ ଶେଷ
- ୮ଟାରୁ ୯ଟା: ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ)
- ପୂର୍ବାହ୍ଣ ୯ଟା: ରଥ ପ୍ରତିଷ୍ଠା
- ୯ଟା ୧୫: ମଙ୍ଗଳାର୍ପଣ
- ୯ଟା ୩୦: ପହଣ୍ଡି ଆରମ୍ଭ
- ୧୨ଟା ୩୦: ପହଣ୍ଡି ଶେଷ
- ୧୨ଟା ୩୦ରୁ ୧ଟା: ମଦନମୋହନ ବିଜେ
- ୧ଟା ୩୦ରୁ ୨ଟା: ଚିତାଲାଗି
- ୧ଟା ୩୦ରୁ ୨ଟା ୩୦: ବେଶ ଶେଷ
- ଅପରାହ୍ଣ ୨ଟାରୁ ୩ଟା: ଛେରାପହଁରା
- ୩ଟାରୁ ୪ଟା: ଚାରଫିଟା ଓ ଘୋଡ଼ା ସାରଥୀ ଲାଗିବା
- ଅପରାହ୍ଣ ୪ଟାରୁ ରଥ ଟଣା ଆରମ୍ଭ
