ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ମାମଲାରେ ୨ଜଣଙ୍କୁ ସମନ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ମାମଲାରେ ୨ଜଣଙ୍କୁ ସମନ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ! ଜାରି କଲା କମିସନରେଟ ପୋଲିସ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ କମିଶନ ରିପୋର୍ଟ ଗାୟବ ହେବା ମାମଲାରେ କମିଶନରେଟ୍ ପୋଲିସ ବଡ଼ ପଦକ୍ଷେପ ନେଇଛି। ହାଇ-ପ୍ରୋଫାଇଲ ଘଟଣାରେ ପଚରାଉଚରା ପାଇଁ ଦୁଇ ବରିଷ୍ଠ ଅଫିସର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଏବଂ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ ଜାରି କରାଯାଇଛି।
