ବିଜେପିରେ ମିଶିଲେ ପ୍ରଭାତ ବିଶ୍ବାଳ

ବିଜେପିରେ ମିଶିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ

ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ଆନୁଷ୍ଠାନିକ ଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି ପ୍ରଭାତ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ବଡ଼ ମିଶ୍ରଣ ପର୍ବରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।ଏକ ବଡ଼ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେପି ପାର୍ଟି ଅଫିସରେ ପହଞ୍ଚିଥିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦଳର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।