ଶୀଘ୍ର ଆସିବ ସଂଶୋଧିତ ବହି, ବିଭ୍ରାଟକୁ ସଜାଡ଼ି ୱେବସାଇଟରେ ହେବ ଅପଲୋଡ୍

ଶୀଘ୍ର ଆସିବ ସଂଶୋଧିତ ବହି

ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ତ୍ରୁଟିର ଏବେ ତର୍ଜମା ଚାଲିଛି । ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏନ୍. ଥିରୁମାଲା ନାଏକ । କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ SCERT ପକ୍ଷରୁ ଓସେପା ଜରିଆରେ ଡିଇଓ ମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ଯକୁ ନେଇ ପାଠପଢା ଯିବ । ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ସମସ୍ତଙ୍କ ଅବଗତି ପାଇଁ ବହି ଉପଲବ୍ଧ ହେବ । SCERT ଟିମ୍, ସମ୍ପାଦନା ମଣ୍ଡଳୀ ଓ ଶିକ୍ଷାବିତଙ୍କୁ ତ୍ରୁଟି ଉପରେ ତର୍ଜମା କରାଯାଉଛି ।ଏହି ଗୁରୁଚଣ୍ଡାଳ ତ୍ରୁଟିର ତର୍ଜମା ଚାଲିଛି ବୋଲି କହିଛନ୍ତି । ତେବେ ବାସ୍ତବରେ ଯେତିକି ତ୍ରୁଟି ଉପରେ ଚର୍ଚ୍ଚା ଆଲୋଚନା ହେଉଛି ସେତିକି ତ୍ରୁଟି ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ । କିଛି ଶଦ୍ଦ, ବନାନକୁ ନେଇ ଭିନ୍ନ ଭିନ୍ନ ଦ୍ଵନ୍ଦ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶଦ୍ଦ ଓ ବ୍ୟାକରଣ ଗତ ତ୍ରୁଟିର ତର୍ଜମା ହେଉଛି । ଯେତେ ଶୀଘ୍ର ସମ୍ଭବ ଆମେ ପିଲାଙ୍କୁ ବହି ଯୋଗାଇ ଦେବାକୁ କାମ କରୁଛୁ ବୋଲି କହିଛନ୍ତି ଏନ୍. ଥିରୁମାଲା ।

Leave a Reply

Your email address will not be published. Required fields are marked *