ସ୍ନାନ ମଣ୍ଡପରେ ବିଜେ କରୁଛନ୍ତି ଶ୍ରୀଜୀଉ

ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାପ୍ରଭୁ

ସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ବିଜେ କରୁଛନ୍ତି ଶ୍ରୀଜୀଉ। ଭକ୍ତି, ଆସ୍ଥା ଓ ଆନନ୍ଦର ଏହି ଅପୂର୍ବ ମହାମେଳାରେ ସମଗ୍ର ପରିବେଶ “ଜୟ ଜଗନ୍ନାଥ” ଧ୍ୱନିରେ ଗୁଞ୍ଜରିତ ହେଉଛି । ରତ୍ନସିଂହାସନରୁ ଆରମ୍ଭ ହୋଇଛି ଦିବ୍ୟ ପହଣ୍ଡି ବିଜେ ଯାତ୍ରା । ପ୍ରଥମେ ବଡ଼ ଠାକୁର ଶ୍ରୀ ବଳଭଦ୍ର, ତାପରେ ମା ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ବିଜେ କରୁଛନ୍ତି । ସ୍ନାନବେଦିରେ ଶ୍ରୀଜିଉମାନଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ, ଯେଉଁଠି ୧୦୮ କଳସ ପବିତ୍ର ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯିବ । ଏହି ପବିତ୍ର ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନେ ଅତ୍ୟନ୍ତ ଉତ୍ସାହରେ ଅପେକ୍ଷା କରୁଛନ୍ତି । ଶ୍ରୀମନ୍ଦିର ପରିସର ଆଜି ଏକ ଦିବ୍ୟ ବୈକୁଣ୍ଠ ସମ ଅନୁଭୂତିରେ ପରିଣତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *