ସୁଜାତା ସାମିଲ ପରେ ନବୀନଙ୍କ ବଡ଼ ଘୋଷଣା

୨୦୨୯ରେ ମୁଁ ଲଢ଼ିବି ନିର୍ବାଚନ, ସୁଜାତା ଜଣେ ସାଧାରଣ କର୍ମୀ

ବିଜେଡିରେ ସୁଜାତା କାର୍ତ୍ତିକେୟନ ସାମିଲ ହେବା ପରେ ନବୀନ ପଟ୍ଟନାୟକ ବଡ଼ ଘୋଷଣା। ନବୀନ କହିଛନ୍ତି, ୨୦୨୯ ନିର୍ବାଚନରେ ମୁଁ ହିଁ ଦଳର ନେତୃତ୍ୱ ନେବି। ମୋ ନେତୃତ୍ୱରେ ହିଁ ବିଜୁ ଜନତା ଦଳ ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ, ସୁଜାତା ଜଣେ ସାଧାରଣ କର୍ମୀ ଭାବରେ ଦଳରେ ଯୋଗ ଦେଇଛନ୍ତି । ସୁଜାତା ଜଣେ ଦକ୍ଷ ପ୍ରଶାସିକା ଥିଲେ ମଧ୍ୟ ଦଳରେ ତାଙ୍କୁ ବର୍ତ୍ତମାନ କୌଣସି ସ୍ୱତନ୍ତ୍ର କିମ୍ବା ବଡ଼ ପଦବୀ ଦିଆଯାଇ ନାହିଁ ।