ଦୀର୍ଘତମ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ

ମୋଦୀ ସରକାରର ତୃତୀୟ ପାଳିକୁ ୨ ବର୍ଷ ପୂର୍ଣ୍ଣ

ମୋଦୀଙ୍କ ତୃତୀୟ ପାଳିକୁ ୨ ବର୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ତୃତୀୟ ପାଳିକୁ ଆଜି ୨ ବର୍ଷ ପୁରୁଛି । ୨୦୧୪ ମେ’ ୨୬ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ନେଇଥିଲେ । ନିରବଚ୍ଛିନ୍ନ ଭାବେ ୨୦୨୪ ପର୍ଯ୍ୟନ୍ତ ୧୦ ବର୍ଷ ପୂରଣ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମୋଦୀଙ୍କ ତୃତୀୟ ପାଳି । ଆଜି ଏହାକୁ ୨ ବର୍ଷ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ନରେନ୍ଦ୍ର ମୋଦୀ । ଏହା ଭିତରେ ତିନି ତଲାକ୍ ଉଚ୍ଛେଦ, ଧାରା ୩୭୦ ହଟାଇବା ଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି ପ୍ରମୁଖ ।

ବିକାଶ ଏବଂ ହିନ୍ଦୁତ୍ୱ ରାଜନୀତିକୁ ଗୁରୁତ୍ବ ଦେଇ ବିଜେପିକୁ ସରକାରକୁ ଆଣିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛନ୍ତି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ପଛରେ ପକାଇ ଦେଶର ଦୀର୍ଘତମ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ନେହରୁଙ୍କ ୪ ହଜାର ୩୯୮ ଦିନର କାର୍ଯ୍ୟକାଳକୁ ମୋଦୀ ଅତିକ୍ରମ କରିବେ। ୧୯୫୨ ମସିହା ମେ’ ୧୩ ତାରିଖରୁ ୧୯୬୪ ମସିହା ମେ’ ୨୭ ତାରିଖ ପର୍ଯ୍ୟନ୍ତ ନେହେରୁ ୪ ହଜାର ୩୯୮ ଦିନର କାର୍ଯ୍ୟକାଳ ପୂରଣ କରିଥିଲେ କିନ୍ତୁ ଜୁନ୍ ୧୦ ଅର୍ଥାତ୍ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ୪ ହଜାର ୩୯୯ ଦିନ ସମ୍ପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *