ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା
ରାଜ୍ୟରେ ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା । ୨ ତାରିଖ ଯାଏ ତାତି କମ୍ ରହିବ। କିନ୍ତୁ ୩ ତାରିଖଠାରୁ ପୁଣି ତାପମାତ୍ରା ବଢିବ। ଏହି ସମୟରେ ତାତି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କାଳବୈଶାଖୀ ବର୍ଷା ପାଇଁ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ସମ୍ବଲପୁରରେ ୪୧.୪ ଡିଗ୍ରୀ, ବୌଦ୍ଧରେ ୪୧.୨ ଓ ହୀରାକୁଦରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।
