ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ

କାଲିଠୁ ଘରକୁ ଘର ବୁଲିବେ BLO

ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ। କାଲିଠୁ ଘରକୁ ଘର ବୁଲିବେ BLO । ସାମିଲ ହେବେ ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର। ଓଡ଼ିଶାର ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେବଡ଼ ଧରଣର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଲିଠୁ ଯୋଗ୍ୟତା ଅବଧି ଭାବେ ଧାର୍ଯ୍ୟ କରାଯାଇଛି। ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ ପଞ୍ଜୀକୃତ ଭୋଟରଙ୍କ ତଥ୍ୟ ଯାଞ୍ଚ କରାଯିବ । ଆସନ୍ତାକାଲିଠୁଜୁନ୍ ୨୮ ପର୍ଯ୍ୟନ୍ତ ୪୫ ହଜାର ୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ଯାଞ୍ଚ କରିବେ। ଘରକୁ ଘର ବୁଲିବା ସମୟରେ BLO ମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ। ଭୋଟରମାନେ ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଓ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ।

Leave a Reply

Your email address will not be published. Required fields are marked *