ଡିଜେଲ୍‌ ବଦଳରେ ଓଡ଼ିଶାରେ ଚାଲିବ EV ବୋଟ୍

ଓଡ଼ିଶାରେ ଚାଲିବ EV ବୋଟ୍

ପେଟ୍ରୋଲ, ଡିଜେଲ୍‌ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ଡିଜେଲ୍‌ ବଦଳରେ ଓଡ଼ିଶାରେ ଚାଲିବ EVବୋଟ୍ । ଏନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୫ଟି ପର୍ୟ୍ୟଟନ ସ୍ଥଳୀ ପାଇଁ ଏବେ ଟେଣ୍ଡର ଡ଼କାଯାଇଛି। କୋଲାବ ଡାମ୍, ହୀରାକୁଦ ଡାମ୍, ଭିତରକନିକା ଓ ବରକୂଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ବୈଦ୍ୟୁତିକ ବୋଟ୍ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *