୨୦୧୬ ଆତଙ୍କବାଦୀ ଲିଙ୍କ୍ ମାମଲା

ଅବଦୁର ରେହେମାନ୍ ନିର୍ଦ୍ଦୋଷରେ ଖଲାସ

୨୦୧୬ ଆତଙ୍କବାଦୀ ଲିଙ୍କ୍ ମାମଲାରେ କଟକ ସେସନ୍ସ କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ । ଅବଦୁର ରେହେମାନ୍‌ଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ପ୍ରମାଣ ଅଭାବରୁ କଟକ ସେସନ୍ସ ଜଜ୍ ତାଙ୍କୁ ମୁକ୍ତ କରିଛନ୍ତି । ୨୦୧୬ ମସିହାରେ ଅବଦୁର ରେହେମାନ୍‌ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଜଗତପୁର ପଶ୍ଚିମକଚ୍ଛ ଅଞ୍ଚଳରୁ ତାଙ୍କୁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ କରାଯାଇଥିଲା ।ଦୀର୍ଘ ତଦନ୍ତ ଓ ଶୁଣାଣି ପରେ କୋର୍ଟ କହିଛି ଯେ ମାମଲାରେ ପର୍ଯ୍ୟାପ୍ତ ଓ ଠୋସ ପ୍ରମାଣ ନାହିଁ, ଯାହା ଆଧାରରେ ଦୋଷ ସାବ୍ୟସ୍ତ କରାଯାଇପାରିବ । ଏହି କାରଣରୁ କଟକ ସେସନ୍ସ କୋର୍ଟ ଅବଦୁର ରେହେମାନ୍‌ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ୍ । ପ୍ରାୟ ୨୦୧୬ରୁ ଚାଲୁଥିବା ଏହି ମାମଲାରେ ଏବେ ରାୟ ଆସିବା ପରେ ଆଇନ ବ୍ୟବସ୍ଥା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *