କୌଣସି ବି ମୁହୂର୍ତ୍ତରେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଓଡ଼ିଶା ରାଜନୀତିରେ ବଡ଼ ହଲଚଲ !

କୌଣସି ବି ମୁହୂର୍ତ୍ତରେ ହୋଇପାରେ ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଏନେଇ ବଡ଼ ସଙ୍କେତ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ମୋହର ମାରିଛନ୍ତି ରାଜସ୍ୱ ମନ୍ତ୍ରୀ।କେବଳ କ୍ୟାବିନେଟ୍ ସମ୍ପ୍ରସାରଣ ନୁହେଁ, ବରଂ ବିଭିନ୍ନ ନିଗମ ଓ ବୋର୍ଡ ନିଯୁକ୍ତି ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଥିବା ସେ ସୂଚନା ଦେଇଛନ୍ତି। ଦଳ ଏବଂ ସରକାରଙ୍କ ମଧ୍ୟରେ ଏଥିପାଇଁ ନେତା ଚୟନ ପ୍ରକ୍ରିୟା ଖୁବ୍ ଜୋରଦାର ଚାଲିଛି।

Leave a Reply

Your email address will not be published. Required fields are marked *