” ଶିକ୍ଷା ସମୃଦ୍ଧି ଛାତ୍ରଛାତ୍ରୀଙ୍କ ରେକର୍ଡ ସଫଳତା “

” ଶିକ୍ଷା ସମୃଦ୍ଧି ଛାତ୍ରଛାତ୍ରୀଙ୍କ ରେକର୍ଡ ସଫଳତା “

ଚଳିତ ଯୁକ୍ତଦୁଇ କଳାରେ ଯାଜପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ସମୃଦ୍ଧି କୋଚିଂ ସେଣ୍ଟରର ପିଲାମାନେ ବାଜିମାତ୍ କରିଥିବା ଦେଖିବାକୁ ମିଳିଛି।ଅନୁଷ୍ଠାନରେ କୋଚିଂ ନେଇ ପୂଜାରାଣୀ ସାହୁ ୫୩୨ ନମ୍ବର ରଖି ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ କୋଚିଂ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଲିସା ମହାନ୍ତି ୫୩୧ ଏବଂ ପୂଜା ମଲ୍ଲିକ ୫୦୧ ମାର୍କ ରଖି କୋଚିଂର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତେବେ ଚଳିତ ୨୪-୨୬ ବର୍ଷରେ ଅନୁଷ୍ଠାନରେ ମୋଟ ୫୫ ଜଣ ପରୀକ୍ଷା ଦେଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ କଳା ବିଭାଗରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ପ୍ରଥମ ଥର ମଧ୍ୟ ଭଲ ରେଜଲ୍ଟ ହୋଇଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କା ସାହୁ, ସୁଭଦ୍ରା ପରିଡ଼ା, ଋତୁପର୍ଣ୍ଣା ସାହୁ ଏବଂ ସାକ୍ଷୀ ପଥାଳ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶିକ୍ଷା ସମୃଦ୍ଧି ତରଫରୁ ଏକ ସଭା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀ ମଳୟ କୁମାର ମଲ୍ଲିକ, ମଦନ ମୋହନ ବେହେରା, ସିଆରସିସି, ଲକ୍ଷ୍ମୀନଗର ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଏଆର ଭେଟେରାନ ଶ୍ରୀ ଅଶୋକ କୁମାର ପତି। ଏବଂ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଯୁବ ସମାଜସେବୀ ସନ୍ଦୀପ ପରିଡ଼ା ତେବେ ଏହି ସଭାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସନ୍ତୋଷ କୁମାର ଗୁରୁ, ହୃଷିକେଶ ଗୁରୁ, ସତ୍ୟଜିତ୍ ପଣ୍ଡା, ଦୁର୍ଗାଶଙ୍କର ପାଢ଼ୀ, ଆଦିତ୍ୟ ନାରାୟଣ ଖୁଣ୍ଟିଆ, ବିକାଶ କୁମାର ମାଝୀ , ଯତୀନ ମହାକୁଡ଼, ସତ୍ୟଜିତ୍ ବଳ, ସ୍ଵେତାଲିନା ପତ୍ରି, ମୋନାଲିସା ଜେନା, ପ୍ରିୟଙ୍କା ବ୍ରହ୍ମ, ଶୁଭଶ୍ରୀ ସାହୁ, ସୁପ୍ରିୟା ମଲ୍ଲିକ, ଶୁଭଲକ୍ଷ୍ମୀ ଦାସ, ପ୍ରିୟଙ୍କା ସାହୁ। ତେବେ ଏହି କାର୍ଯ୍ୟକ୍ରମ ପିଲାଙ୍କୁ ଉତ୍ସାହ ଦେବା ସହ ଆଗାମୀ ଦିନରେ କିପରି ଆହୁରି ସଫଳତା ହାସଲ କରିବ ସେଦିଗରେ ଶିକ୍ଷା ସଂକଳ୍ପ ନେଇଥବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *