ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି
ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି, ଯାହା ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ସଂଶୋଧନ ଅଟେ। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜିର ମୂଲ୍ୟ ପ୍ରତି କିଲୋଗ୍ରାମ ୮୦.୦୯ ଟଙ୍କା ହୋଇଥିବା ବେଳେ ନୋଏଡ଼ା ଓ ଗାଜିଆବାଦରେ ଗ୍ରାହକମାନଙ୍କୁ ପ୍ରତି କିଲୋଗ୍ରାମ ପାଇଁ ୮୮.୭୦ ଟଙ୍କା ଗଣିବାକୁ ପଡ଼ିବ । ଏହାପୂର୍ବରୁ ଗତ ମେ’ ୧୫ ତାରିଖରେ ସିଏନଜି ଦରରେ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ଏବେ ଅଟୋ, ଟାକ୍ସି ଓ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ପକେଟ୍ ଉପରେ ଚାପ ବଢ଼ାଇ ଦେଇଛି।
