ପହଲଗାମରେ ଖାଇକୁ ଖସିଲା ପର୍ଯ୍ୟଟକଙ୍କ କାର୍, ଦମ୍ପତି ମୃତ
ଜମ୍ମୁ କଶ୍ମୀର ପହଲଗାମରେ ଏକ ବଡ଼ ଦୁର୍ଘଟଣା । ଗୁଜରାଟରୁ କଶ୍ମୀର ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଗାଡି ପହଲଗାମରେ ଖାଇରେ ଖସିପଡିଛି । ଫଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଆହତ ରହିଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ସୂଚନା ମୁତାବକ, ଗୁଜରାଟ ନିବାସୀ ଅଶୋକ ଭାଇ ଏବଂ ତାଙ୍କ ପତ୍ନୀ ନୈନା କଶ୍ମୀର ବୁଲିବାକୁ ଯାଇଥିଲେ । ସେମାନେ ପହଲଗାମରୁ ଅରୁ ଆଡକୁ ଆସୁଥିବା ବେଳେ କାର୍ ରାସ୍ତାକଡରୁ ଖାଇକୁ ଖସିପଡିଥିଲା । ଫଳରେ ଦମ୍ପତି ଦ୍ବୟଙ୍କ ଜୀବନ ଚାଲିଯାଇଥିବା ବେଳେ କାର୍ ଡ୍ରାଇଭର ଗୁରୁତର ରହିଛନ୍ତି । ଗୁରୁତର ଡ୍ରାଇଭରକୁ ଚିକିତ୍ସା ପାଇଁ ଅନନ୍ତନାଗକୁ ରେଫର କରାଯାଇଛି ।
