EV ଗାଡ଼ି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍
EV ଗାଡ଼ି ଅଧିକ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ଅପିଲ । ଇଭି ଗାଡ଼ି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ଅପିଲ୍ କରିଛନ୍ତି । ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅପିଲ୍ । ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଭାରତର ଅର୍ଥନୀତି ସୁରକ୍ଷା ପାଇଁ ସୁନା, ତେଲ କମ୍ ବ୍ୟବହାର, ବୈଦେଶିକ ଗସ୍ତ ବର୍ଷକ ପାଇଁ ନକରିବାକୁ ନିବେଦନ କରିଛନ୍ତି । ଆଜିର ଦିନର ଆବଶ୍ୟକତା ହେଉଛି ଇଭି । ଅଧିକରୁ ଅଧିକ ଇଭି ବ୍ୟବହାର କରନ୍ତୁ । ୱାର୍କ ଫର୍ମ ହୋମ୍କୁ ଗୁରୁତ୍ଵ ଦେବା । ଯାହାଦ୍ୱାରା ଆମ ଦେଶର ଅର୍ଥନୀତି ସୁରକ୍ଷିତ ରହିବ । ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ ।ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତ୍ତିକୁ ମନ୍ତ୍ରୀ ସ୍ୱାଗତ କରିଛନ୍ତି । ମନ୍ତ୍ରୀ କହିଛନ୍ତି ୩ ପାଇଲଟ୍ ଗାଡ଼ି ମଧ୍ୟରୁ ମାତ୍ର ଗୋଟିଏ ବ୍ୟବହାର କରିବେ । ମୁଁ ନିଜେ ସରକାରୀ ବସ୍ ରେ ଯିବା ଆସିବା କରିବି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
