ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ
ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ- ଓଷ୍ଟେଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। www.bseodisha.ac.in ଓ www.bseodisha.nic.in ରେ ଅପରାହ୍ଣ ୪ ଟାରୁ ଉପଲବ୍ଧ ହେବ ରେଜଲ୍ଟ ।ଗତ ଜାନୁଆରୀ ୨୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୫୬ ହଜାର ୪୫୬ ପରୀକ୍ଷାର୍ଥୀ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ । ଅପରାହ୍ନ ୪ଟା ପରଠୁ http://bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଅପରାହ୍ନ ୫ଟା ପରଠୁ ୱେବସାଇଟ୍ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍ ଡାଉନଲୋଡ୍ କରିପାରିବେ ।
