ସୁଭଦ୍ରା ଯୋଜନାରୁ ବଞ୍ଚିତ ହାତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

୪ ତାରିଖ ରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହାତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଆସନ୍ତା ୪ ତାରିଖ ରେ ସୁଭଦ୍ରା ଯୋଜନାର ୧୨୩୮୪୯ ଜଣ ବଞିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ଏହି ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସରକାରଙ୍କ ତରଫରୁ ୫୦ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଥିଲା । ପୂର୍ବରୁ ସୁଭଦ୍ରାର ୪ଟା କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫୦୦୦ ହଜାର ଲେଖାଏଁ ଦିଆଯାଇଛି । ପୂର୍ବରୁ ସୁଭଦ୍ରାର ନୂତନ ପଞ୍ଜିକରଣ ତାରିଖ ଘୋଷଣା ହୋଇଥିଲା । ଏପ୍ରିଲ୍‌ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏପ୍ରଲ୍‌ ୩୦ରେ ଶେଷ ହୋଇଥିଲା । ଯେଉଁମାନେ କୌଣସି କାରଣରୁ ଆବେଦନ କରି ନଥିଲେ, ସେମାନେ ଆବେଦନ କରିବା ପାଇଁ ସମସସୀମା ଦିଆଯାଇଥିଲା। ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ପୁନଃ ଗ୍ରହଣ କରାଯିବ ନାହିଁ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନା ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *