ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ଦ୍ବାର

୨୦ ଘଣ୍ଟା ଧରି କେଦାରନାଥରେ ଲାଗି ରହିଛି ତୁଷାରପାତ

କେଦାରନାଥରେ ତୁଷାରପାତ କମିବାର ନାଁ ନେଉନି । ମଙ୍ଗଳବାରଠାରୁ ଲଗାତାର ଭଗବାନ ଶିବଙ୍କ ତୀର୍ଥସ୍ଥାନରେ ତୁଷାରପାତ ଲାଗି ରହିଛି । ଯାହା ତୀର୍ଥଯାତ୍ରୀଙ୍କ ଯାତ୍ରାରେ ବାଧା ସୃଷ୍ଟି କରୁଛି । ଭଗବାନଙ୍କ ଦର୍ଶନ କରିବାକୁ ଥିବା ଭକ୍ତଙ୍କ ପାଇଁ ଏପ୍ରିଲ ୨୨ ତାରିଖରେ କେଦାରନାଥ ଦ୍ବାର ଖୋଲିବାର ଯୋଜନା ରହିଛି । ଡିସେମ୍ବର ଏବଂ ଜାନୁଆରୀ ମାସରେ ବାବା କେଦାରନାଥଙ୍କ ମନ୍ଦିର ତୁଷାରପାତମୁକ୍ତ ଥିବାବେଳେ ଏପ୍ରିଲ ମାସରେ ଅଧିକ ତୁଷାରପାତ ହେଉଛି ।ଏହାରି ମଧ୍ୟରେ ଶ୍ରୀ ବଦ୍ରି କେଦାର ମନ୍ଦିର କମିଟି ବିନୀତ ପୋଷ୍ଟି କହିଛନ୍ତି ଯେ, ଗତ ୨୦ ଘଣ୍ଟା ଧରି ଲଗାତାର ଭାବେ ତୁଷାରପାତ ହେଉଛି । ଏଥିସହ ସେ କହିଛନ୍ତି ଯେ, ୧୯ ଏପ୍ରିଲ୍ ଅକ୍ଷୟ ତୃତୀୟାରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ । ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଏବେ ସମ୍ପୂର୍ଣ୍ଣ ଭାବେ ବରଫରେ ଘୋଡେଇ ହୋଇ ରହିଛି । ଗୋମୁଖ ଟ୍ରେକ୍ ପ୍ରାୟ ଅଧ ଫୁଟ ବରଫରେ ଆଚ୍ଛାଦିତ ହୋଇ ରହିଛି ।

Leave a Reply

Your email address will not be published. Required fields are marked *