ବିଧାନସଭାରେ ନବୀନ ପଟ୍ଟନାୟକ, ବିଧାୟକ ଲକ୍ଷ୍ମଣ ବାଗ ସାମ୍ନାସାମ୍ନି

‘ୟୁ ଡିଫିଟେଡ୍ ମି?’: ନବୀନ ପଟ୍ଟନାୟକ

ବିଧାନସଭାରେ ଶପଥପାଠ ପାଇଁ ପହଞ୍ଚିଥିଲେ ନବନିର୍ବାଚିତ ବିଧାୟକ । ଏହି କ୍ରମରେ ସେଠାରେ ହିଞ୍ଚିଳି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ ହସ ମୁହଁରେ ନବୀନ ବିଧାନସଭାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ନବୀନ ଗୃହକୁ ପ୍ରବେଶ କରିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ସମସ୍ତ ବିଧାୟକ ନିଜ ନିଜ ଆସନରୁ ଉଠି ତାଙ୍କୁ ନମସ୍କାର ଜଣାଇଥିଲେ । ଏହି ସମୟରେ ଆମନାସାମନା ହୋଇଥିଲେ ନବୀନ ଓ ତାଙ୍କୁ କଣ୍ଟାବାଂଜିରେ ହରାଇଥିବା ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ । ଏହି ଦୃଶ୍ୟ ବେଶ୍ ରୋଚକ ଥିଲା । ଲକ୍ଷ୍ମଣ ନବୀନଙ୍କୁ ନିଜର ପରିଚୟ ଦେବାପରେ ନବୀନ ତାଙ୍କୁ ଇଂରାଜୀରେ ପଚାରିଥିଲେ , ‘ୟୁ ଡିଫିଟେଡ୍ ମି’? ବିଧାନସଭା ଶପଥ ନେବା ପାଇଁ ଜଣେ ପରେ ଜଣେ ବିଧାୟକ ବିଧାନସଭାରେ ପହଂଚିଛନ୍ତି । ହେଲେ ସମସ୍ତଙ୍କ ନଜର ରହିଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ । କିଛି ବିଧାୟକ ପହଞ୍ଚିିବା ପରେ ବିଧାନସଭାରେ ପହଞ୍ଚିିଥିଲେ ନବୀନ । ପ୍ରଥମ ଥର ବିରୋଧୀ ଦଳ ଭାବେ ବିଧାନସଭାରେ ପ୍ରବେଶ କରିଥିଲେ ନବୀନ।