ଏସିଆ କପ୍ ରେ ଭାରତର ଜଲଓ୍ବା

୮ମ ଥର ପାଇଁ ଏସିଆ କପ୍ ଚାମ୍ପିଆନ୍ ଟିମ୍ ଇଣ୍ଡିଆ

ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହେଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୫୧ ରନ ଟାର୍ଗେଟକୁ ୬.୧ ତମ ଓଭରରେ ହାସଲ କରିନେଇଥିଲା ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲ ୨୭ ରନ ଓ ଇଶାନ କିଷନ ୨୩ ରନ କରିଥିଲେ । ତେବେ ମ୍ୟାଚର ପ୍ରକୃତ ହିରୋ ଥିଲେ ମହମ୍ମଦ ସିରାଜ । ଘାତକ ବୋଲିଂ କରି ସେ ଭାରତୀୟ ବ୍ୟାଟ୍ସମାନଙ୍କ ପାଇଁ ସ୍ଥିତିକୁ ସହଜ କରିଦେଇଥିଲେ । ସେ ୨୧ ରନ ଦେଇ ୬ଟି ଓ୍ବିକେଟ ନେଇଥିଲେ । ଭାରତ ପୂର୍ବରୁ ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଏସିଆ କପ୍ ଚାମ୍ପିଅନ ହୋଇଥିଲା । ଆଜିର ବିଜୟକୁ ମିଶାଇ ଭାରତ ମୋଟ ୮ଥର, ଶ୍ରୀଲଙ୍କା ୬ଥର ଓ ପାକିସ୍ତାନ ୨ ଥର ଚାମ୍ପିଅନ ହୋଇଛି ।