ମ୍ୟାଚ୍ ଜିତିଲେ ଆଇସିସି ବର୍ଷା କରିବ ଟଙ୍କା

ଟିମ୍ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା

ଆଇସିସି ପକ୍ଷରୁ ଘୋଷଣା ହେଲା ପୁରସ୍କାର ରାଶି । ଆଗାମୀ ଏକଦିବସୀୟ କ୍ରିକେଟ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି । ବିଶ୍ୱକପର ୧୩ତମ ସଂସ୍କରଣ ଅକ୍ଟୋବର ୫ ତାରିଖରୁ ଭାରତରେ ହେବାକୁ ଯାଉଛି । ଏଥିରେ ବିଶ୍ୱର ୧୦ଟି ବଡ କ୍ରିକେଟ ଟିମ୍ ନିଜର ଭାଗ୍ୟ ପରୀକ୍ଷା କରିବେ । କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅର୍ଥାତ ଆଇସିସି ତରଫରୁ ଏହି ବିଶ୍ୱକପରେ ମୋଟ ୧କୋଟି ଡଲାରର ପୁରସ୍କାର ରାଶି ବିତରଣ କରାଯିବ । ବିଶ୍ୱକପ ପରେ ଚାମ୍ପିୟନ ଟିମକୁ ପାଖାପାଖି ୩୩.୧୭ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ସେହିଭଳି ଉପ ବିଜେତା ଟିମ୍ ଉପରେ ବି ଟଙ୍କା ବର୍ଷା ହେବ । ବିଶ୍ୱକପ ଫାଇନାଲରେ ପରାଜିତ ଟିମକୁ ପାଖାପାଖି ୧୬.୫୯ କୋଟି ଟଙ୍କା ମିଳିବ । ସେମିଫାଇନାଲରେ ପରାଜିତ ହେଲେ ଦୁଇଟି ଟିମକୁ ୬.୬୩ କୋଟି ଟଙ୍କା ଲେଖାଏଁ ମିଳିବ । ଏହାସହ ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ ଯେଉଁ ଟମ୍ ଜିତିବ ସେମାନଙ୍କୁ ୩୩.୧୭ ଲକ୍ଷ ଟଙ୍କା ଲେଖାଏଁ ମିଳିବ ।