ବାଙ୍କୁଆଳ ବ୍ରିଜରୁ ନଦୀକୁ ଡେଇଁଲେ ଯୁବକ

ନଦୀକୁ ଡେଇଁ ଯୁବକ ନିଖୋଜ

ରାଜଧାନୀ ଭୁବନେଶ୍ୱରରେ ଅଘଟଣ । ନଦୀକୁ ଡେଇଁଲେ ଯୁବକ। ଟଙ୍କପାଣି ରୋଡ୍ ବାଙ୍କୁଆଳ ବ୍ରିଜରୁ ଡେଇଁଲେ। ଉଦ୍ଧାର ପାଇଁ ଅପରେସନ ଜାରି । ଭୁବନେଶ୍ୱର ଟଙ୍କପାଣି ରୋଡ୍ ସ୍ଥିତ ବାଙ୍କୁଆଳ ବ୍ରିଜରୁ ପାଣିକୁ ଡେଇଁ ପଡ଼ିଥିବା ଜଣେ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି । ଖବର ପାଇ ଭୁବନେଶ୍ୱର ଓ ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଓ ରେସକ୍ୟୁ ଅପରେସନ ଚଳାଇଛନ୍ତି । ଯୁବକ ଜଣଙ୍କ ହେଲେ ଓଲ୍ଡଟାଉନ୍ ବାରିକ ସାହିର ୨୩ ବର୍ଷୀୟ ଭବାନୀ ଶଙ୍କର ଖଟେଇ । ତେବେ ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନଥିବା ବେଳେ ଦୁଇଟି ଫାୟାର ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଘଟଣାକୁ ନେଇ ଯୁବକଙ୍କ ପରିବାର ଓ ପରିଚିତମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଅନ୍ୟପଟେ ଘଟଣାସ୍ଥଳରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀର ଦୁଇଟି ଟିମ୍‌ ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ଲଗାତାର ଖୋଜାଖୋଜି କରୁଥିବା ବେଳେ, ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଉଦ୍ଧାର ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *